Thursday 1 March 2018

ଜାଣନ୍ତୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଖେଳା ହେଉଥିବା ହୋଲି ବିଷୟରେ !

କେବଳ ଭାରତୀୟମାନେ ଯେ ହୋଲି ଖେଳନ୍ତି ତାହା କହିବା ଭୁଲ I ଦୁନିଆରେ ଏଭଳି କିଛି ଦେଶ ଅଛି ଯେଉଁଠି ହୋଲିକୁ ବିଭିନ୍ନ ରୂପରେ ଖେଳା ଯାଏ I ଆସନ୍ତୁ ଜାଣିବା ସେମିତି କିଛି ଉତ୍ସବଗୁଡିକ  ବିଷୟରେ...

1. ବୋରୟଙ୍ଗ କାଦୁଅ ମହୋତ୍ସବ :
ବୋରୟଙ୍ଗ କାଦୁଅ ମହୋତ୍ସବ ଏକ ବାର୍ଷିକ ଉତ୍ସବ ଯାହା ଦକ୍ଷିଣ କୋରିଆର ରାଜଧାନୀ ସିଓଲ ରୁ ୨୦୦ କିମି ଦୂର ବୋରୟଙ୍ଗ ନାମକ ସହରରେ ହୋଇଥାଏ I ତେଣୁ କୋରିଆରେ ବି ଲୋକମାନେ ଏହାକୁ ହୋଲି ପରି ଖୁବ ଧୁମଧାମରେ ଖେଳିଥାନ୍ତି I 

2. "ଲା ଟୋମାଟିନୋ" ମହୋତ୍ସବ :
ଆପଣମାନେ ବଲିଉଡ ଚଳଚିତ୍ର " ଜିନ୍ଦଗୀ ମିଲେଗି ନା ଦୋବାରା" ରେ ଏହାକୁ ଦେଖିଥିବେ I "ଲା ଟୋମାଟିନୋ" ସ୍ପେନ ଦେଶର ବୁନଲ ସହରରେ ହେଉଥିବା ଏକ ପ୍ରସିଦ୍ଧ ଖେଳ ଯେଉଁଥିରେ ଲୋକେ ପଚାଶଢା ଟମାଟୋକୁ ପରସ୍ପର ଭିତରେ ଫିଙ୍ଗି ଖୁବ ମଜା କରନ୍ତି

3. "ସଂକ୍ରାନ" ମହୋତ୍ସବ :
ସଂକ୍ରାନ ହେଉଛି ଥାଇଲାଣ୍ଡର ନୂଆବର୍ଷ ଦିନ ହେଉଥିବା ଖେଳ I ଏହି ଖେଳର ବିଶେଷତ୍ୱ ହେଲା ଲୋକମାନେ ଗଳି ଗଳି ବୁଲି ପରସ୍ପର ଉପରେ ବରଫ ପାଣି ଫୋପାଡ଼ି ଥାଆନ୍ତି ଓ ଏକ ପ୍ରକାର ହଳଦିଆ ବର୍ଣ୍ଣ ମିଶ୍ରିତ ପେଷ୍ଟକୁ ଅନ୍ୟ ଦେହରେ ବୋଳି ଥାଆନ୍ତି

4. ଏଲସ୍ ଏମ୍ଫାରୀନାଟସ୍:
ଏହା ହେଉଛି ସ୍ପେନ୍ ଦେଶର ଇବି ସହରରେ ପ୍ରତି ବର୍ଷ ହେଉଥିବା ଏକ ଲୋକପ୍ରିୟ ଉତ୍ସବ I ଏଥିରେ ଲୋକେ ମୁଖ୍ୟତଃ ବୋମା, ଅଟା କିମ୍ବା ଅଣ୍ଡା ମାଡ କରିଥାନ୍ତି I ତେଣୁ ଏହାକୁ କେବଳ ରଙ୍ଗର ହୋଲି ନ କହିବା ଭଲ ! 😁

5. ହାରୋ ମଦ ଉତ୍ସବ:
ଏହାର ନାମରୁ ସହଜରେ ଅନୁମାନ କରାଯାଇ ପରେ ଯେ ଏଥିରେ କଣ ହେଉଥିବ I ସ୍ପେନ୍ ର ହାରୋ ସହରରେ ହେଉଥିବା ଏହି ଖେଳରେ ମଦପିଇବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଓ ବାଲଟି ବାଲଟି ମଦକୁ ଲୋକମାନେ ପରସ୍ପର ଉପରେ ଢ଼ାଳିଥାନ୍ତି !  

6. ଗର୍ମା ମହୋତ୍ସବ :
ଏହା ହେଉଛି ଅଷ୍ଟ୍ରେଲିଆର ଗୁଲକୁଲା ସହରରେ ଖେଳା ଯାଉଥିବା ବାର୍ଷିକ ଉତ୍ସବ I ଏଥିରେ ସେଠାକାର ଆଦିମ ଅଧିବାସୀ "ଜୁଲନୁ" ସମ୍ପ୍ରଦାୟର ଲୋକେ ନିଜ ଦେହକୁ ବିଭିନ୍ନ ରଙ୍ଗରେ ରଙ୍ଗି ଦିନମାନ ନାଚ ଗୀତ କରିଥାନ୍ତି I  

7. କାସ୍କାମୋରାସ୍ ଉତ୍ସବ :
ଏହା ହେଉଛି ସ୍ପେନ୍ ର ବାଜା ସହରରେ ହେଉଥିବା ପ୍ରସିଦ୍ଧ ଖେଳ ମଧ୍ୟରୁ ଅନ୍ୟତମ ଯେଉଁଠି ଲୋକେ ନିଜ ଦେହରେ ମୁଣ୍ଡରୁ ଗୋଡ ଯାଏ କଳା ରଙ୍ଗ ବୋଳି ହୋଇ ଅତି ଧୁମ ଧାମରେ ଏହି ଖେଳର ମଜା ନେଇଥାନ୍ତି I 

8. ମିଚିଗାନ୍ କାଦୁଅ ଦିବସ :
ଏହା ହେଉଛି ଅମେରିକାର ମିଚିଗାନ୍ ସହରରେ ହେଉଥିବା ବାର୍ଷିକ ଉତ୍ସବ ଯେଉଁଥିରେ ପିଲାଠାରୁ ବୟସ୍କ ବ୍ୟକ୍ତି ଯାଏ ସମସ୍ତେ ଘଣ୍ଟା ଘଣ୍ଟା ଧରି କାଦୁଅରେ ଖେଳି ଖୁବ୍ ଉପଭୋଗ୍ କରିଥାନ୍ତି I


No comments:

Post a Comment